Comprehension

ଅନୁଚ୍ଛେଦ ଅନୁଯାୟୀ ପ୍ରଶ୍ନ ଗୁଡିକର ଉତ୍ତର ଦିଅ।

ଶିଳ୍ପୀ କେବଳ ଶିଳ୍ପୀ ହେଲେ – ‘ମହତ୍ ଶିଳ୍ପ'ର ସ୍ରଷ୍ଟା ହୋଇପାରେନା। ସେଥିଲାଗି ଶିଳ୍ପୀକୁ ମୁନି ହେବାର ସାଧନା କରିବାକୁ ପଡ଼େ। କାରଣ ସେ ନିଜେ ତନ୍ତ୍ରଦର୍ଶୀ ନ ହେଲେ ଅନ୍ୟକୁ ତନ୍ତ୍ର ଦର୍ଶାଇ ପାରିବ ନାହିଁ। ତେଣୁ ଶିଳ୍ପୀ କେବଳ ରସିକ ନୁହେଁ – କେବଳ ପ୍ରାଜ୍ଞ ନୁହେଁ – ସେ ମଧ୍ଯ ଧାନୀ ହେବା ଉଚିତ। ମହତ୍ ଶିଳ୍ପ କେବଳ – ରସବୋଧରୁ ଜନ୍ମ ନିଏ ନାହିଁ, କେବଳ ପ୍ରଜ୍ଞାର ଆଲୋକରେ ପ୍ରକାଶିତ ହୁଏ ନାହିଁ – ଧ୍ୟାନଲବ୍ଧ ଚେତନାରେ ହିଁ ଏହା ସମ୍ଭବ ହୁଏ ଓ ବିକଶିତ ହୁଏ। କିନ୍ତୁ ଶିଳ୍ପୀ ଯେ ସର୍ବଦା କେବଳ ଧାନୀ ହୋଇ ରହିବ – ତା' ମଧ୍ଯ ନୁହେଁ, କେବଳ ମୁନି ହୋଇରହିବ ତା ମଧ୍ୟ ନୁହେଁ। କେବଳ ଧାନୀ ଆଉ ମୁନି ହେଲେ ସେ ନିସ୍ତବ୍‌ଧ ହୋଇ'ଯାନ୍ତା ଏବଂ ଏହି ନିସ୍ତବ୍‌ଧତା ହିଁ ତାକୁ ନିର୍ବାଣ ଆଡ଼କୁ ମୁହାଁଇ ନିଅନ୍ତା। ମାତ୍ର ଯଥାର୍ଥ ଶିଳ୍ପୀ ନିର୍ବାଣ କାମନା କରେ ନାହିଁ। ସେ ପ୍ରଶ୍ନ କରେ – ସ୍ବୟଂ ସ୍ରଷ୍ଟା ନିଜର ନିର୍ମାଣ ଲାଗି ଚେଷ୍ଟା କରୁନାହାନ୍ତି କାହିଁକି ? କାହିଁକି ତେବେ ନିଜକୁ ବହୁଭାବେ ବ୍ୟକ୍ତ କରିବା ଲାଗି ସ୍ବୟଂ ସ୍ରଷ୍ଟାର ମଧ୍ଯ ଏଇ ନିତ୍ୟ ପ୍ରୟାସ ? ସ୍ରଷ୍ଟା ଯେ ସ୍ବୟଂ ପରମ ଶିଳ୍ପୀ। ଏହି ବ୍ୟାପ୍ତ ଚରାଚର ଜଗତ ହିଁ ତା'ର ଶିଳ୍ପ, ଆଉ ଏହି ସୃଷ୍ଟି ଭିତରେ ହିଁ ତ ନିତ୍ୟ ସେ ନିଜର ଶିଳ୍ପୀ ଆତ୍ମାକୁ ପ୍ରକାଶ କରୁଛି।

ମହତ ଶିଳ୍ପ କିଭଳି ଜନ୍ମ ନିଏ ?

This question was previously asked in
OSSC Excise SI (Mains) Official Paper (Held On: 17 Oct, 2024 Shift 2)
View all OSSC Excise SI Papers >
  1. ଧ୍ୟାନଲବ୍ଧ ଚେତନାରୁ
  2. ପ୍ରଜ୍ଞାର ଆଲୋକରୁ
  3. ଜ୍ଞାନଲବ୍ଧ ଭାବନାରୁ
  4. ରସବୋଧରୁ

Answer (Detailed Solution Below)

Option 1 : ଧ୍ୟାନଲବ୍ଧ ଚେତନାରୁ

Detailed Solution

Download Solution PDF
1) ଧ୍ୟାନଲବ୍ଧ ଚେତନାରୁ ସଠିକ୍ ଉତ୍ତର
 
 Key Points
  • ଅନୁଚ୍ଛେଦ ଅନୁଯାୟୀ, ଲେଖକ ସ୍ପଷ୍ଟ କରିଛନ୍ତି ଯେ ମହତ ଶିଳ୍ପ କେବଳ ରସବୋଧ ଓ ପ୍ରଜ୍ଞାର ଆଲୋକରେ ଜନ୍ମ ନେଇ ନଥାଏ, ବରଂ ଏହା ଧ୍ୟାନଲବ୍ଧ ଚେତନାରୁ ଜନ୍ମ ନେଉଛି ଓ ବିକଶିତ ହୁଏ।
  • ଏହି କାରଣରୁ ବିକଳ୍ପ ୧ ସଠିକ୍ ଉତ୍ତର।
Latest OSSC Excise SI Updates

Last updated on Feb 8, 2025

-> OSSC Excise SI PET/PMT Merit List has been released on the official website. The test was conducted on 4th and 5th February 2025. 

-> OSSC Excise SI 2024 Notification has been released for 10 vacancies.

-> The selection process includes Written Examination, PMT and PET, and Certificate Verification.

Get Free Access Now
Hot Links: teen patti comfun card online teen patti all app teen patti app